Skip to main content

odiaquraan.com

ଓଡ଼ିଆ ଭାଷାରେ ପବିତ୍ର କୁର୍‌ଆନ୍ ଓ ଇସ୍ଲାମିକ୍ ସାହିତ୍ୟର ବିଶ୍ୱସନୀୟ ଡିଜିଟାଲ୍ ଲାଇବ୍ରେରୀ

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍ ଆପଣଙ୍କ ପାଇଁ ଓଡ଼ିଆ ଭାଷାରେ ପବିତ୍ର କୁର୍‌ଆନ୍ , ତଫସୀର୍, ହଦିସ୍ , ଇସଲାମ୍ ର ଇତିହାସ ଓ ବିଭିନ୍ନ ଇସ୍ଲାମିକ୍ ପୁସ୍ତକକୁ ନିଶୁଳ୍କ ଅନଲାଇନ୍ ରେ ପଢ଼ିବା ଓ ଡାଉନଲୋଡ୍ କରିବାର ସୁବିଧା ପ୍ରଦାନ କରୁଛି।

ଜ୍ଞାନ ହେଉଛି ସତ୍ୟର ପଥ — ଓଡ଼ିଆରେ କୁର୍‌ଆନ୍ ସମସ୍ତଙ୍କ ପାଇଁ

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍‌ର ଉଦ୍ଦେଶ୍ୟ ହେଉଛି ପବିତ୍ର କୁର୍‌ଆନ୍ ସଠିକ୍ ଅର୍ଥକୁ ଓଡ଼ିଆ ଭାଷାରେ ସହଜ ଓ ବୋଧଗମ୍ୟ ଭାବରେ ପ୍ରତ୍ୟେକ ପାଠକଙ୍କ ନିକଟରେ ପହଞ୍ଚାଇବା। ଏହା ସହିତ ଇସ୍ଲାମିକ୍ ସାହିତ୍ୟ, ହଦିସ୍ , ତଫସୀର୍ , ନବୀମାନଙ୍କ ଜୀବନୀ ଓ ଅନ୍ୟାନ୍ୟ ପ୍ରାମାଣିକ ପୁସ୍ତକକୁ ଡିଜିଟାଲ୍ ମାଧ୍ୟମରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଉଛି।

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍‌ର ଏହି ଡିଜିଟାଲ୍ ପୁସ୍ତକାଳୟ ମାଧ୍ୟମରେ ଆପଣ ଓଡ଼ିଆ ଭାଷାରେ ପବିତ୍ର କୁର୍‌ଆନ୍ , ତଫସୀର୍, ହଦିସ୍ , ଇସ୍ଲାମିକ୍ ଗବେଷଣା ଓ ବିଭିନ୍ନ ଧାର୍ମିକ ପୁସ୍ତକକୁ ସହଜରେ ପଢ଼ିପାରିବେ। ଆମର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାଭାଷୀ ପାଠକମାନଙ୍କ ନିକଟରେ ପ୍ରାମାଣିକ ଇସ୍ଲାମିକ୍ ଜ୍ଞାନକୁ ସରଳ ଓ ସୁଲଭ ଭାବରେ ପହଞ୍ଚାଇବା।

ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍

ପରମେଶ୍ୱରଙ୍କ ଆଶୀର୍ବାଦ ସମାଜ ସାମାଜିକ, ଧାର୍ମିକ ଏବଂ ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଥିଲା । ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ଏବଂ ବର୍ବରତା ଚରମସୀମା ଅତିକ୍ରମ କରିସାରିଥିଲା, ସେତେବେଳେ ଏହି ଧରାପୃଷ୍ଠରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଆଶୀର୍ବାଦ ସ୍ୱରୂପ ଶେଷ ବାର୍ତ୍ତାବାହକ ହଜରତ ମୁହମ୍ମଦ (ﷺ) ଆବିର୍ଭାବ ହୁଏ । ନବୁୱତ ପ୍ରାପ୍ତି ପରେ ସେ ନିଜର କଥନୀ ଓ କରଣୀ ମାଧ୍ୟମରେ ସମଗ୍ର ମାନବସମାଜକୁ ଶାନ୍ତି, ମୈତ୍ରୀ ଓ ସଦଭାବନାର ବାର୍ତ୍ତା ଦେଲେ । ପବିତ୍ର ଧର୍ମଗ୍ରନ୍ଥ କୁରଆନ୍ ମାଧ୍ୟମରେ ଅଲ୍ଲାହଙ୍କ ବାଣୀ ପ୍ରଚାରିତ ହେବା ଯୋଗୁଁ ସମଗ୍ର ବିଶ୍ୱରେ ଏକ ଅଭିନବ ପରିବର୍ତ୍ତନ ଲକ୍ଷ୍ୟ ହେଲା । ଫଳରେ ଲୋକଙ୍କ ହୃଦୟରେ ପରିବର୍ତ୍ତନ ଘଟି ଘୃଣା ଓ ଦ୍ୱେଷର ସ୍ଥାନ ପ୍ରେମ ଓ ମିତ୍ରତା ନେଲା । 

ସାମ୍ପ୍ରତିକ ସ୍ଥିତିରେ ହଜରତ ମୁହମ୍ମଦ (ﷺ)ଙ୍କ ଶିକ୍ଷା ଓ ମାର୍ଗଦର୍ଶନର ଅତ୍ୟନ୍ତ ଆବଶ୍ୟକତା ରହିଛି ଏବଂ ତାହା ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଞ୍ଚିବା ଅତୀବ ଜରୁରୀ ଅଟେ । ଯେହେତୁ କୁରଆନ୍ ଏବଂ ହଦୀସ୍ ଗ୍ରନ୍ଥଗୁଡ଼ିକ ଆରବୀ ଭାଷାରେ ରହିଛି ତେଣୁ ସେଗୁଡ଼ିକୁ ପଢ଼ିବା ଓ ବୁଝିବା ସମସ୍ତଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । ଅବଶ୍ୟ ପୃଥିବୀର ଅନେକ ଭାଷାରେ ଏଗୁଡ଼ିକର ଅନୁବାଦ ହୋଇସାରିଛି । ଓଡ଼ିଆ ଭାଷାରେ ଏହାର ଅଭାବ ଅନୁଭୂତ ହେଉଥିଲା ଯାହାକୁ ଦୂର କରିବା ଏବଂ ଓଡ଼ିଆ ଭାଷାଭାଷୀ ଭାଇ ଓ ଭଉଣୀମାନଙ୍କ ନିକଟରେ ଇସଲାମର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଆମେମାନେ ଏକ ସଂସ୍ଥା ଗଠନ କରିବାର ଚିନ୍ତା କଲୁ ଯାହା ଫଳରେ ପ୍ରୋଗ୍ରେସିଭ୍ ଥିଙ୍କର୍ସ ଫୋରମ୍ ର ଅସ୍ତିତ୍ୱ ସମ୍ଭବ ହେଲା । 

ଓଡ଼ିଆ ଇସ୍ଲାମିକ୍ ପୁସ୍ତକାଳୟ - Progressive Thinkers Forum
📚 Islamic Library

ଓଡ଼ିଆ ଇସ୍ଲାମିକ୍ ପୁସ୍ତକାଳୟ

Discover the rich collection of Islamic knowledge in Odia language

ଓଡ଼ିଆ ଭାଷାରେ ପବିତ୍ର କୁର୍‌ଆନ୍ , ହଦିସ୍ ତଫସୀର୍ ଇସଲାମ୍ ର ଇତିହାସ ଓ ଅନ୍ୟାନ୍ୟ ପୁସ୍ତକ ପଢନ୍ତୁ।

🔍

Reading: Book Title

ଇସଲାମର ସ୍ତମ୍ଭ

ଇସଲାମ୍ ର ପାଞ୍ଚଟି ମୌଳିକ ସ୍ତମ୍ଭ

ଇସଲାମ୍ ର ପାଞ୍ଚଟି ମୌଳିକ ସ୍ତମ୍ଭ ହେଉଛି ପ୍ରତ୍ୟେକ ମୁସଲିମ୍ ଙ୍କ ଧାର୍ମିକ ଜୀବନର ଭିତ୍ତି। ଏହି ପାଞ୍ଚଟି ଆଚରଣ ମାଧ୍ୟମରେ ଜଣେ ମୁସଲିମ୍ ଅଲ୍ଲାହଙ୍କ ପ୍ରତି ନିଜର ବିଶ୍ୱାସ, ଉପାସନା ଏବଂ ଦାୟିତ୍ୱକୁ ପାଳନ କରନ୍ତି।

ଶହାଦା

ଶହାଦା

(ଇମାନ୍ ର ସାକ୍ଷ୍ୟ)

ସଲାତ୍

ସଲାତ୍

(ନମାଜ)

ଜକାତ୍

ଜକାତ୍

(ଦାନ)

ସଉମ୍

ସଉମ୍

(ରୋଜା)

ହଜ୍

ହଜ୍

(ତୀର୍ଥଯାତ୍ରା)

ପ୍ରତିଷ୍ଠାତାଙ୍କ ବିଷୟରେ

କୁଦ୍‌ରତ୍‌ ଅଲୀ କୁଦ୍‌ରତ୍‌

ପିତା ସ୍ୱର୍ଗତ ନୂର୍ ଅଲୀ ଖାନ୍‌ ଏବଂ ମାତା ସୂରତୁନ୍‌ ନିଶାଙ୍କ ସୁପୁତ୍ର କବି କୁଦ୍‌ରତ୍‌ ଅଲୀ କୁଦ୍‌ରତ୍‌ଙ୍କ ଜନ୍ମ ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତଳପାଟକ ଗ୍ରାମରେ ୨୬ ଜାନୁଆରୀ ୧୯୫୦ ମସିହାରେ। ପୈତୃକ ନାମ କୁଦ୍‌ରତ୍‌ ଅଲୀ ଖାନ୍‌। "ଅବୁ ନଫିସା" ଛଦ୍ମନାମରେ ସେ ବର୍ଷବର୍ଷ ବ୍ୟାପି ସାହିତ୍ୟ ସାଧନାରେ ନିମଗ୍ନ। ଛାତ୍ରାବସ୍ଥାରୁ ସାହିତ୍ୟ ଓ କଳା ପ୍ରତି ତାଙ୍କର ରୁଚି ରହିଛି।

ବହୁମୁଖୀ ପ୍ରତିଭାର ଅଧିକାରୀ କୁଦ୍‌ରତ୍‌ଙ୍କ ରଚନାଶୈଳୀ ହେଉଛି ସ୍ୱତନ୍ତ୍ର। ତିନୋଟି ଭାଷା—ଉର୍ଦ୍ଦୁ, ଓଡ଼ିଆ ଓ ହିନ୍ଦୀରେ ସେ ନିଜର ଲେଖନୀ ଚାଳନା କରନ୍ତି। ସେ କେବଳ କବି ନୁହନ୍ତି, ଉପନ୍ୟାସିକ, କଥାକାର, ଅନୁବାଦକ ତଥା ସ୍ତମ୍ଭକାର ମଧ୍ୟ। ରାଜଧାନୀରୁ ପ୍ରକାଶିତ ତତ୍କାଳୀନ ଦ୍ୱିମାସିକ "ଇସ୍‌ଲାମିକ୍‌ ସମାଚାର" ପତ୍ରିକାର ସମ୍ପାଦନା ସହିତ ସମ୍ପୃକ୍ତି ସାବ୍ୟସ୍ତ କରିସାରିଛି ତାଙ୍କର ସାଂଗଠନିକ ଦକ୍ଷତାକୁ। ସରକାରୀ ଅଧିକାରୀ ପଦରୁ ଅବସର ନେଲାପରେ ବିଭିନ୍ନ ସାମାଜିକ, ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହିତ ସମ୍ପୃକ୍ତ ରହି ନିଜର ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି। ନିଜର ସଫଳ ରଚନା ପାଇଁ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ, ସମ୍ମାନିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି।

ବିଭିନ୍ନ ଧାର୍ମିକ ତଥା ଶୈକ୍ଷିକ ଅନୁଷ୍ଠାନ ସହିତ ସମ୍ପୃକ୍ତି ଏବଂ ବିଭିନ୍ନ ଇସ୍‌ଲାମୀୟ ଶାସ୍ତ୍ରବିତ୍‌ମାନଙ୍କ ସାନ୍ନିଧ୍ୟ ଲାଭ କରି ସେ ଇସ୍‌ଲାମ ଧର୍ମ ସମ୍ବନ୍ଧରେ ବିଶେଷ ଜ୍ଞାନ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି। କବିତା ରଚନା ବ୍ୟତୀତ ଅନେକ ଉପାଦେୟ ଇସ୍‌ଲାମିକ୍‌ ପୁସ୍ତକର ସଫଳ ଅନୁବାଦକ ଭାବରେ ତାଙ୍କର ସୁଖ୍ୟାତି ରହିଛି। ସମ୍ପ୍ରତି ପବିତ୍ରଗ୍ରନ୍ଥ କୁର୍‌ଆନ୍‌ ର ଓଡ଼ିଆ ଲିପ୍ୟନ୍ତରଣ କାର୍ଯ୍ୟରେ ସେ ଅହରହ ବ୍ୟସ୍ତ ରହିଛନ୍ତି।